Sunday, May 10, 2020

Odia kabita '' Maa'' ଓଡିଆ କବିତା ''ମା''

Odia kabita '' Maa'' ଓଡିଆ କବିତା ''ମା'



   *** ମା***

ତୁମେ ତୋ ଆମ ଜୀବନ ଦୀପରେ ସଳୀତା ସାଜି

ନିଜକୁ ଜାଳି ଦେଖାଇଛ ଏଇ ଦୁନିଆର ଆଲୋକ

କେତେ ଯେ ଯନ୍ତ୍ରଣା ସହିଛ ତୁମେ ମା

ତୁମ ଗର୍ଭରେ ଆମକୁ ଦେଇ ସ୍ଥାନ....

ନିଜ ଛାତି ଚିରି ମେଣ୍ଟାଇଛ ଆମ

କୋଟି ଜନ୍ମର ତୃଷ୍ଣା ……

ତୁମ ରକ୍ତ ବିନ୍ଦୁ ଆମ ଶିରାରେ ଛିଞ୍ଚି

ସଞ୍ଚାରିଛ ଆମ ଜୀବନ ଯାତ୍ରା........

ଆମ ସୁଖ ପାଇଁ ନିଜ ସୁଖ ସବୁ

ସଂସାର ନିଆଁ ରେ ଦେଇଛ ଆହୁତି....

ତଥାପି ତୁମେ ମା ହରିନାହୋ କେବେ

ଆମୋ ଖୁସି ପାଇଁ ବିଷକୁ ଅମୃତ ଭାବି ଜାଇଚ ପି....

ପିଲା ବେଳର ସେଇ ମାଡ ଗାଳି ଆଉ ଆକଟ

ଆମୋର ଅବାଧ୍ୟ ଅଝଟ ପଣ

ତଥାପି ତୁମେ ମା ଯାରି ରଖିଥିଲ

ତୁମର ସେଇ କୋଠର ଆଉ ଶକ୍ତ  ଶାସନକୁ

କାହିଁକି ନା ତୁମେ ପଢି ପାରୁଥିଲ

ସମୟର  ପରିଭାଷାକୁ......

ତୁମେ ଜାଣିଥିଲ ସମୟର ଗତିରେଖାକୁ

ତୁମେ ଜାଣିଥିଲ ସମୟର ଶେଷ ପରିଣାମକୁ

ତୁମର ସଦା ସର୍ବଦା ସେ କର୍ମରତ ଶରୀର

ଆଉ ମନରେ ଦୃଢ ସଂକଳ୍ପ ଆମକୁ ମଣିଷ କରି ଗଢି ତୋଳିବାର

କେତେ ଯେ କଷ୍ଟର ସାମନା କରିଛ ତୁମେ ଆମ ପାଇଁ

ତଥାପି ତୁମେ ହାର ମାନି ନାହଁ

ଆମକୁ ରାଜରାସ୍ତାରେ  ମୁଣ୍ଡ ଟେକି ଠିଆ କରେଇବା ପାଇଁ

ଆଜି ତୁମେ କ୍ଳାନ୍ତ ବୟସର ଶେଷ ସୀମାରେ

ତଥାପି ତୁମେ କୁଆଁରୀ ଝରଣା ଭଳି ଚଳଚଞ୍ଚଳ କର୍ମରତ……

ଧନ୍ୟ ତୁମେ ମା....ଧନ୍ୟ ତୁମର କଠର ତପଶ୍ୟା

ଧନ୍ୟ ତୁମେ ନରୀ……ଧନ୍ୟ ତୁମ ତ୍ୟାଗ

କରୁଛି ଗୁହାରୀ ହେ ନୀଳାଦ୍ରି ବିହରୀ

କର କୁସୁମିତ ତାଙ୍କ ଚଲା ପଥ

କରୁଛି ମୁଁ ତାଙ୍କୁ ସତପ୍ରଣିପାତ........!!


********ଧନ୍ୟବାଦ*********


ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ

********ଧନ୍ୟବାଦ*****

Kalpana Dasadhikari
NEW DELHI











No comments:

Post a Comment