Odia poem ''Mo Maa''ଓଡିଆ କବିତା ''ମୋ ମା''
***ମୋ ମା***
***ମୋ ମା***
ଦଶ ମାସ ଦଶ ଦିନ ପେଟରେ ରଖି
ଜନମ ଯନ୍ତ୍ରଣା ସହିଛି ଜିଏ
ସେଇ ପରା ମା ଆଉ କେହି ନୁହେଁ........!
ପିଲା ମୁହଁ ରେ ଟିକେ ହସ ଦେଖିବା ପାଇଁ
ଭୋକ ଉପାସେ ରାତ୍ରି ଅନିଦ୍ରା ହେଇଛି ଯିଏ
ସେଇ ପରା ମା ଆଉ କେହି ନୁହେଁ........!
ତା କୋଳେ ଶୋଇ ସରଗ ସୁଖ ମିଳଇ
ତା ହାତ ରୋଷେଇ
ବିନା ମଶଲା ରେ ଅମୃତ ଲାଗଇ
କହିବା ଆଗରୁ ବୁଝିଯାଏ ଯିଏ
ପେଟର ଭୋକ ମନର କଷ୍ଟ
ସେଇ ପରା ମା ଆଉ କେହି ନୁହେଁ........!
ହେଲେ ପିଲା ଦୁଷ୍ଟ କରେ ଆକଟ
ମାର ମମତାକୁ ଚାପି ରଖି ଛାତିରେ
ପିଲାର ଭବିଷ୍ୟତ ପାଇଁ
ନିଜ ବର୍ତମାନକୁ ଯିଏ ଆହୁତି ଦିଏ
ସେଇ ପରା ମା ଆଉ କେହି ନୁହେଁ........!
ସୃଜନ ଶୀଳ ସୃଷ୍ଟିର ସୂତ୍ର ଧାର ସିଏ
ଆତ୍ମା ଓ ପରମାତ୍ମା ଙ୍କ ମଝିରେ
ଜିଅନ୍ତା ଦେବୀ ଟିଏ
ସିଏ ଆମୋ ମା ଆଉ କେହି ନୁହେଁ.......!
*******୦୦୦୦*******
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ******
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ******
Kalpana Dasadhikari
NEW DELHI

No comments:
Post a Comment