Thursday, April 30, 2020

Odia Poem corona ( ଓଡିଆ କବିତା "କରୋନା" )

***  କରୋନା  ***
କରୋନା ର ଭୟେ
ସାରା ବିଶ୍ଵ ଆଜି ଆତଙ୍କିତ ହୁଏ
କେତେ ଜେ ଜୀବନ ଦୀପ ଲିଭିଜାଏ
ପୋକ ମାଛି ପରି ମଣିଷ ଆଜି
ଏଠି ସେଠି ସଢୁ ଥାଏ.........!
କିଏ କହେ ତାକୁ ପ୍ରାକୃତିକ
ତୋ କିଏ କହେ ମଣିଷ କୃତ
ଯାହା ହେଉନା କାହିଁକି
ସେତ ଆଜି ସାରା ବିଶ୍ଵପାଇଁ ମାରାତ୍ମକ..........!
ଡରିବାନି ଆମେ ହାରିବାନି
ଯେତେ ବାଧା ଆସୁନା କାହିଁକି
ପଛକୁ ଫେରି ଚାହିଁବାନି...........................!
ଟିକିଏ ସତର୍କ ଆଉ ଗୁଡାଏ ଧର୍ଯ୍ୟ
ଲୋଡା ସଭିଙ୍କୋ ସହୋଯୋଗ
କିଏ କହି ପାରିବ କରୋନା ଆମପାଇଁ
ଭଗବାନଙ୍କ ବର ଅବା  ଅଭିଶାପ
ଯାହାର ଅଦୃଶ୍ୟ ପ୍ରକୋପେ
ସାରା ବିଶ୍ଵ ଆଜି ଏକତ୍ରିତ..............!
ଯେତେ ଆଶୁ ବାଧା
ଅବା ଭୟଙ୍କର ସ୍ଥିତି
ନିଜର ଆତ୍ମବିଶ୍ବାସକୁ ଦୃଢ କରିବା
ସଭିଏ ମିଶି ଏଇ ଜୀବନ ଯୁଦ୍ଧ ଜିତିବା
****ଧନ୍ୟବାଦ****







corona odia poem

Odia Poem Duro Diganto ( ଓଡିଆ କବିତା "ଦୂର ଦିଗନ୍ତ" )


***ଦୂରଦିଗନ୍ତ***

ବୟସର ଶେଷ ପାହାଚରେ ବସି

ଅନାଈ ରହିଛି ଦୂର ଦିଗନ୍ତକୂ ଆଜି

ଆଖିରେ କେତେ ଯେ ଅଶ୍ରୁର ଧାର

ମନରେ ପଶ୍ଚ୍ୟାତାପର କୋହ

ଜୀବନ ଯାକର ପାପ ପୁଣ୍ୟକୁ

ହିସାବ କରୁଛି ଆଜି

ବୟସର ଶେଷ ପାହାଚରେ ବସି

ଅନାଈ ରହିଛି ଦୂର ଦିଗନ୍ତକୂ ଆଜି........!

ବୟସର ଫୁଲ ମଉଳି ଯାଇଛି

ରଙ୍ଗ ବି ପଡିଛି ଫିକା

ଜୀବନ ଆଜି ଥୁନ୍ଟା ବରଗଛ

ସମୟ କରୁଛି ଥଟ୍ଟା

ରଙ୍ଗୀନ ଦୁନିଆରେ ଦିନେ ନିଜକୁ ରଙ୍ଗେଇ

ସାଜିଥିଲା ସେ ରୂପସୀ ରାଣୀ

ରୂପ ରଙ୍ଗରେ ମହିନୀ ଗୁଣରେ

ସଭିଙ୍କ ମନକୁ ସେ ପାରୁଥିଲା କିଣି

ସମ ବି ଦିନେ ଚାଖିଥିଲା

ତାର ଯଉବନର ସ୍ଵାଦ

ମନେ ମନେ ସେ ଭାବୁଥିଲା

ବୋଧେ ସମୟକୁ କରିଛି ତା ଅଧିନ

ଯଉବନର ଜୁଆରୀଆ ନଦୀରେ

ଭସାଇ ଦେଇଥିଲା ସେ ତାର ଅସ୍ତିତ୍ଵକୁ

ଭୁଲିଯାଇଥିଲା ସେ ତାର

ଶେଷ ପରଣମାକୁ........!!

ଭୋଗ ବିଳାସିତାର ଶେଜରେ

ନିଜକୁ କରିଥିଲା ସେ  ଆତ୍ମସମର୍ପଣ

ସମୟର ବାସ୍ତବିକତାକୁ ବି

କରିଥିଲା ସେ ପ୍ରତ୍ୟାଖ୍ୟାନ

ନିଜ ଗର୍ବ ଅହଂକାରରେ ଉବୁଡୁବୁ

ଚାହୁଁଥିଲା ସେ ସମୟର ଗତିକୁ

ନିଜ ମୁଠାରେ ରଖିବାକୁ..........!

ବୟସ ଆଉ ସମୟର ଲୁଚକାଳି ଖେଳରେ

ଶେଷରେ ସେ ନିକୁ ଖୋଜି ପାଇଥିଲା

ବୟସର ଶେଷ ପାହଚରେ..........!

ପଶ୍ଚ୍ୟାତାପର ନିଆଁରେ ଜଳୁ ଜଳୁ

ଶାନ୍ତି ର ଖୋଜେ ଏଇ ଦୂର ଦିଗନ୍ତରେ………!!


*****************
କଳ୍ପନା ଦାସ ଅଧିକାରୀ 

ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ

ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ

********ଧନ୍ୟବାଦ*****



ଦୂରଦିଗନ୍ତ ଓଡିଆ କବିତା