***ଦୂରଦିଗନ୍ତ***
ବୟସର ଶେଷ ପାହାଚରେ ବସି
ଅନାଈ ରହିଛି ଦୂର ଦିଗନ୍ତକୂ ଆଜି
ଆଖିରେ କେତେ ଯେ ଅଶ୍ରୁର ଧାର
ମନରେ ପଶ୍ଚ୍ୟାତାପର କୋହ
ଜୀବନ ଯାକର ପାପ ପୁଣ୍ୟକୁ
ହିସାବ କରୁଛି ଆଜି
ବୟସର ଶେଷ ପାହାଚରେ ବସି
ଅନାଈ ରହିଛି ଦୂର ଦିଗନ୍ତକୂ ଆଜି........!
ବୟସର ଫୁଲ ମଉଳି ଯାଇଛି
ରଙ୍ଗ ବି ପଡିଛି ଫିକା
ଜୀବନ ଆଜି ଥୁନ୍ଟା ବରଗଛ
ସମୟ କରୁଛି ଥଟ୍ଟା
ରଙ୍ଗୀନ ଦୁନିଆରେ ଦିନେ ନିଜକୁ ରଙ୍ଗେଇ
ସାଜିଥିଲା ସେ ରୂପସୀ ରାଣୀ
ରୂପ ରଙ୍ଗରେ ମହିନୀ ଗୁଣରେ
ସଭିଙ୍କ ମନକୁ ସେ ପାରୁଥିଲା କିଣି
ସମୟ ବି ଦିନେ ଚାଖିଥିଲା
ତାର ଯଉବନର ସ୍ଵାଦ
ମନେ ମନେ ସେ ଭାବୁଥିଲା
ବୋଧେ ସମୟକୁ କରିଛି ତା ଅଧିନ
ଯଉବନର ଜୁଆରୀଆ ନଦୀରେ
ଭସାଇ ଦେଇଥିଲା ସେ ତାର ଅସ୍ତିତ୍ଵକୁ
ଭୁଲିଯାଇଥିଲା ସେ ତାର
ଶେଷ ପରଣମାକୁ........!!
ଭୋଗ ବିଳାସିତାର ଶେଜରେ
ନିଜକୁ କରିଥିଲା ସେ ଆତ୍ମସମର୍ପଣ
ସମୟର ବାସ୍ତବିକତାକୁ ବି
କରିଥିଲା ସେ ପ୍ରତ୍ୟାଖ୍ୟାନ
ନିଜ ଗର୍ବ ଅହଂକାରରେ ଉବୁଡୁବୁ
ଚାହୁଁଥିଲା ସେ ସମୟର ଗତିକୁ
ନିଜ ମୁଠାରେ ରଖିବାକୁ..........!
ବୟସ ଆଉ ସମୟର ଲୁଚକାଳି ଖେଳରେ
ଶେଷରେ ସେ ନିଜକୁ ଖୋଜି ପାଇଥିଲା
ବୟସର ଶେଷ ପାହଚରେ..........!
ପଶ୍ଚ୍ୟାତାପର ନିଆଁରେ ଜଳୁ ଜଳୁ
ଶାନ୍ତି ର ଖୋଜେ ଏଇ ଦୂର
ଦିଗନ୍ତରେ………!!
*****************
କଳ୍ପନା ଦାସ ଅଧିକାରୀ
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ*****
No comments:
Post a Comment