Odia Poem ''Abujha manish''ଓଡିଆ କବିତା ''ଅବୁଝା ମଣିଷ''
ଅବୁଝା ମଣିଷ
ଅବୁଝା ମଣିଷ ସେ ଯେ ........!
ବୁଝି ପାରେନା ସମୟର ପରିହାସ !!
ଜାଣିକି ବି ଅଜଣା ସାଜେ .........!
ସେ ଯେ ସମୟର କ୍ରୀତଦାସ !!
ସମୟର ଋତୁ ଚକ୍ରରେ ……..!
ଘୂରିବୁଲେ ତାର ଜୀବନ ଚକ୍ର !!
ବାଲ୍ୟରୁ କୌଶର କୌଶର ରୁ ଶୈଷବ !!
ପୁଣି ଶୈଷବରୁ ବାର୍ଦ୍ଧକ୍ୟର କଷାଘାତରେ ଜର୍ଜରିତ !!
ହାଏରେ ଅବୁଝା ମଣିଷ...........!
ତୁ ଯେ ଏଇ ଭୌତିକ ଜଗତରେ .....!
ରହିଥାଉ ସବୁବେଳେ ଜରାଗ୍ରସ୍ତ !!
ତଥାପି........!
ତଥାପି........!
ଜ୍ଞାନ ଥାଇକିବି ତୁ ଯେ ଅଜ୍ଞାନର ବଶବତ!!
ମୁଁ....ମୋ ..... କରି ସବୁତ ହରାଉ......!
ଏଇ ଜୀବନର ଶେଷ ଜୁଇରେ !!
ତଥାପି ତୁ ସତ୍ୟକୁ ଭୁଲି ଅବୁଝା ସାଜି......!
ଧାଇଁ ଥାଉ ମିଛ ମରୀଚିକା ପଛରେ !!
ମାଟିର ଦେହକୁ ପାଇତୁ.......!
ଅଜ୍ଞାତ ବଶତ ମୋହଗ୍ରସ୍ତରେ ବୁଡିରହିଥାଉ !!
କାମତୁର ମନକୁ ତୋ ଅଧିନରେ ନରଖି......!
ରତିକ୍ରିୟା ଜନିତ ବ୍ୟାଧିରେ ନିଜକୁ ସମର୍ପି ଥାଉ !!
ବାସ୍ତବତାକୁ ଭୁଲି ଆଧୁନିକତାର ଭଁଅରରେ .......!
ନିଜ ଜୀବନକୁ ଉକ୍ଷେପି ଥାଉ !!
ସବୁ ହଜେଇକି ବି ଜୀବନର ଯଥାର୍ଥକୁ ନ ବୁଝି.....!
ମାୟା ମୋହର କନ୍ଟକିତ ପଥରେ ପାଦ ଥାପିଥାଉ !!
ଦୁଖ କଷ୍ଟର ଜରା
ବ୍ୟାଧିରେ ପୀଡିତ ଥାଇକି ବି ......!
ମୁକ୍ତିର ସନ୍ଧାନରେ ନ ଧାଇଁ ସଂସାରର ନର୍କରେ
ସବୁବେଳେ ଘାଣ୍ଟି ହେଉଥାଉ !!
ସମ୍ପର୍କ ର ମାୟା ଜାଲରେ ….!
କାହିଁକି ନିଜକୁ ଏମିତି ଛନ୍ଦେଇ ଥାଉ !!
ଭଗବାନଙ୍କ ସାନିଦ୍ଧ ପାଇବା ପାଇଁ ….!
କାହିଁକି ପଛ ଘୁଞ୍ଚାଦେଉଥାଉ !!
ନିଜ ଜୀବନର ଅମୃତକୁଣ୍ଡରେ…..!
ଲୋଭ ଇର୍ଷାର ବିଷକୁ ପ୍ରତିମୁହୂର୍ତରେ ଉଦକ୍ଷେପୀ ଥାଉ !!
ଅବୁଝା ମନ ଆଉ ମାଟିର ଦେହକୁ.....!
ମିଛଟାରେ ଶାନ୍ତନା ଦେଉଥାଉ !!
*******୦୦୦୦
*******
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ******
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ******