ସମ୍ପର୍କ ଓଡିଆ କବିତା
*****ସମ୍ପର୍କ*****
ସମ୍ପର୍କ
........!
ସେ ଯେଏଇଠି
ଆରମ୍ଭ ଏଇଠି ଶେଷ
କଉଁଠି ଅମୃତ ପୁଣି କଉଁଠି ବିଷ
ସେ ଯେ ଶିତ ସକାଳର କୁହୁଡି ଶେଯ .............!!
ସମ୍ପର୍କ .............!
ସେ ଯେ ବିଶ୍ଵାସରୁ ଆରମ୍ଭ ନିଶ୍ଵାସରେ
ଶେଷ
କଉଁଠି ସେ ସ୍ଵାର୍ଥୀ ପୁଣି କଉଁଠି
ପରିହାସ
ସେ ଯେ ଅକାତ ପାଣିରେ ଗଣ୍ଡ ପାଉନଥିବା ଜୀବନ ନୌକାର କାତ..........!
ସମ୍ପର୍କ ................!
ସେ ଯେ ମାଟିରୁ ଆରମ୍ଭ ମାଟିରେ ଶେଷ
କଉଁଠି ସେ
ମମତାର ଛାଇ
ପୁଣି କଉଁଠି
ଅନ୍ତର୍ନିହିତ ଜ୍ଵାଳାର
ପରିପ୍ରକାଶ
ସେ ଯେ ଚହଲା ପାଣିରେ ଖଣ୍ଡ ଖଣ୍ଡ ହେଇଯାଉଥିବା ଏକ ଝାପସା
ପ୍ରତିବିମ୍ବ ଟିଏ.........!
ସମ୍ପର୍କ
............!
କେବେ ସେ ଭିଜା ଭିଜା ସପ୍ନଟିଏ
ତୋ ପୁଣି କେବେ ଉଆଁସ ରାତିର ବେପରୱା କୁଆରୀ
ଜହ୍ନ ଟିଏ
ସେ ଯେ ମାୟାବିନି ସଂସାର ପେଡ଼ିର ଏକ କୂହୁକ ଟିଏ ..............!
ସମ୍ପର୍କ
..............!
କେବେ ସେ ଶୀତ ସକାଳର
ସଜ ଫୁଟା ଗୋଲାପର ହସ ଟିଏ
ପୁଣିକେବେ ବୈଶାଖ ତାତିର ବିଦଗ୍ଧ ରାଜନୀଟିଏ
ସେ ଯେ ଅବୁଝା ପ୍ରିୟାର ଅଳତା ଭିଜା ପାଦର ଚିହ୍ନ ଟିଏ
.............!
ସମ୍ପର୍କ
..........!
ନୁହେଁସେ ସହଜ
ନୁହେଁସେ ସରଳ
ସେ
ଯେ ଜୀବନର ଅବୁଝା ମାନୋସାଙ୍କ
ଯେତେ ବୁଝିଲେବି ଲାଗେ
ସେ ଜଟିଳ
ସେ ଯେ ମୋ ପାଇଁ ଏକ ଅବୁଝା ଗଣିତ .......!!
ସମ୍ପର୍କ
..............!
************୦୦୦୦୦୦ ************
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ*****
No comments:
Post a Comment