ମୁଁ..... ଯେ କବିର
କଳ୍ପନା
ଅସ୍ତିର ଆନମନା
ମୁଁ..... ଯେ ନବଜାତ
ଶିଶୁର
ନିସ୍ପାପ ଛୁଆଁ ତାର
ପ୍ରଥମ କୁଆଁ କୁଆଁ
ମୁଁ..... ଯେ ନବଯଉବନର ପ୍ରଥମ ସିହରଣ
ତାର ଗୋଲାପି ଓଠର
ପ୍ରଥମ ଆକର୍ଷଣ
ମୁଁ.... ଯେ ଅଶାନ୍ତ
ସାଗରର
ଗଭୀର ଗର୍ଜନ ତାର
ଉଛୁଳା ଜୁଆର
ମୁଁ.... ଯେ କୁଆରୀ କନ୍ୟାର
ଓଠର ଲାଲି
ତାର ଆଖିର କଜଳ ଗାର
ମୁଁ.... ଯେ ଅବଳା
ନାରୀର
ଲୁଟିଯାଇଥିବା ନାରୀତ୍ଵର
ଅଳଙ୍କାର
ମୁଁ.... ଯେ ସେଇ ଲାଞ୍ଛିତା
ନାରୀର
ବୁକୁଫଟା ଚିତ୍କାର
ମୁଁ..... ଯେ ସେଇ
ଗରିବ ଅବହେଳିତ ସରଳ ନିଷ୍ପାପ
ଲୋକଙ୍କର ଆଶାର ଏକ
ନୂଆ ସକାଳ
ମୁଁ..... ଯେ ଦୀଗହରା
ପଥ ଭୁଲା
ଅଶାନ୍ତ ମନର କ୍ଳାନ୍ତ
ଶରୀର
ମୁଁ..... ଯେ
ନିର୍ଜୀବ ନିସାହାରା
ସୀମାହରା ମାଟିର ଗନ୍ଧ
ମୁଁ.... ଯେ ଏଇ କାଳର
କାଳ୍ପନିକ
ଅମାନୀୟା ଅନାମିକା
କବିର କଲ୍ପନା........!!
ମୁଁ...... ଯେ ଏଇ
କିଟିମିଟି ଅନ୍ଧାର ରାତିର
ଜଳନ୍ତ ଦୀପର ଅଲିଭା
ଶିଖା
ମୁଁ.....ଯେ ଏଇ
ସ୍ଵାର୍ଥୀ ଲୋକଙ୍କ ଭିଡରେ
ହଜିଯାଉଥିବା
ନିସ୍ଵାର୍ଥତାର ଭଲପାଇବା
ମୁଁ.....ଯେ ନିଜର
ଅସ୍ତିତ୍ଵ ହରାଉଥିବା
ଏକ ନିଶବ୍ଦ ପରିଭାଷା...........!
*******୦୦୦*******
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ*****
କଳ୍ପନା ଦାସଅଧିକାରୀ
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ*****
କଳ୍ପନା ଦାସଅଧିକାରୀ
No comments:
Post a Comment