Monday, May 18, 2020

Odia Poem ''Abujha manish''ଓଡିଆ କବିତା ''ଅବୁଝା ମଣିଷ''

Odia Poem ''Abujha manish''ଓଡିଆ କବିତା ''ଅବୁଝା ମଣିଷ''

ଅବୁଝା ମଣିଷ
ଅବୁଝା ମଣିଷ ସେ ଯେ ........!
ବୁଝି ପାରେନା ସମୟର ପରିହାସ !!
ଜାଣିକି ବି ଅଜଣା ସାଜେ .........!
ସେ ଯେ ସମୟର କ୍ରୀତଦାସ !!
ସମୟର ଋତୁ ଚକ୍ରରେ ……..!
ଘୂରିବୁଲେ ତାର ଜୀବନ ଚକ୍ର !!
ବାଲ୍ୟରୁ  କୌଶର  କୌଶର ରୁ ଶୈଷବ !!
ପୁଣି ଶୈଷବରୁ ବାର୍ଦ୍ଧକ୍ୟର କଷାଘାତରେ ଜର୍ଜରିତ !!
ହାଏରେ ଅବୁଝା ମଣିଷ...........!
ତୁ ଯେ ଏଇ ଭୌତିକ ଜଗତରେ .....!
ରହିଥାଉ ସବୁବେଳେ ଜରାଗ୍ରସ୍ତ !!
ତଥାପି........!  ତଥାପି........!
ଜ୍ଞାନ ଥାଇକିବି ତୁ ଯେ ଅଜ୍ଞାନର ବଶବତ!!
ମୁଁ....ମୋ ..... କରି ସବୁତ ହରାଉ......!
ଏଇ ଜୀବନର ଶେଷ ଜୁଇରେ !!
ତଥାପି ତୁ ସତ୍ୟକୁ ଭୁଲି ଅବୁଝା ସାଜି......!
ଧାଇଁ ଥାଉ ମିଛ ମରୀଚିକା ପଛରେ !!
ମାଟିର ଦେହକୁ ପାଇତୁ.......!
ଅଜ୍ଞାତ ବଶତ ମୋହଗ୍ରସ୍ତରେ ବୁଡିରହିଥାଉ !!
କାମତୁର ମନକୁ ତୋ ଅଧିନରେ ନରଖି......!
ରତିକ୍ରିୟା ଜନିତ ବ୍ୟାଧିରେ ନିଜକୁ ସମର୍ପି ଥାଉ !!
ବାସ୍ତବତାକୁ ଭୁଲି ଆଧୁନିକତାର ଭଁଅରରେ .......!
ନିଜ ଜୀବନକୁ ଉକ୍ଷେପି ଥାଉ !!
ସବୁ ହଜେଇକି ବି ଜୀବନର ଯଥାର୍ଥକୁ ନ ବୁଝି.....!
ମାୟା ମୋହର କନ୍ଟକିତ ପଥରେ ପାଦ ଥାପିଥାଉ !!
ଦୁଖ କଷ୍ଟର ଜରା ବ୍ୟାଧିରେ ପୀଡିତ ଥାଇକି ବି ......!
ମୁକ୍ତିର ସନ୍ଧାନରେ ନ ଧାଇଁ ସଂସାରର ନର୍କରେ
ସବୁବେଳେ ଘାଣ୍ଟି ହେଉଥାଉ !!
ସମ୍ପର୍କ ର ମାୟା ଜାଲରେ ….!
କାହିଁକି ନିଜକୁ ଏମିତି ଛନ୍ଦେଇ ଥାଉ !!
ଭଗବାନଙ୍କ ସାନିଦ୍ଧ ପାଇବା ପାଇଁ ….!
କାହିଁକି ପଛ ଘୁଞ୍ଚାଦେଉଥାଉ !!
ନିଜ ଜୀବନର ଅମୃତକୁଣ୍ଡରେ…..!
ଲୋଭ ଇର୍ଷାର ବିଷକୁ ପ୍ରତିମୁହୂର୍ତରେ ଉଦକ୍ଷେପୀ ଥାଉ !!
ଅବୁଝା ମନ ଆଉ ମାଟିର ଦେହକୁ.....!
ମିଛଟାରେ ଶାନ୍ତନା ଦେଉଥାଉ !!
      *******୦୦୦୦ *******



odia poem abujha manish



ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********
ଧନ୍ୟବାଦ******

Wednesday, May 13, 2020

Daily Odia poems quotes

Daily Odia poems quoets


Daily odiapoem quotes


Oriya poem Quotes About Life,
Inspirational Messages in Odia,
 Morals Quotes,daily odia poem quotes,
Oriya  Poem Quotes About Life,
Oriya quotes daily,
Odia Poem Fanz,
Inspirational Messages in Odia Poem,
Odia  Poem quotes with images for the year 2020,
odia Poem good morning images,

Daily Odia Poem Quotes images About Life

Daily Odia Poem Quotes images


Daily Odia Poem Quotes Images

Oriya poem Quotes About Life,
Inspirational Messages in Odia,
 Morals Quotes,daily odia poem quotes,
Oriya  Poem Quotes About Life,
Oriya quotes daily,
Odia Poem Fanz,
Inspirational Messages in Odia Poem,
Odia  Poem quotes with images for the year 2020,
odia Poem good morning images,





Daily Odia Quotes images


Daily Odia Poem Quotes Images



Oriya poem Quotes About Life,
Inspirational Messages in Odia,
 Morals Quotes,daily odia poem quotes,
Oriya  Poem Quotes About Life,
Oriya quotes daily,
Odia Poem Fanz,
Inspirational Messages in Odia Poem,
Odia  Poem quotes with images for the year 2020,
odia Poem good morning images,



Daily Odia Poem Quotes images




Daily Odia Poem Quotes Images




Oriya poem Quotes About Life,
Inspirational Messages in Odia,
 Morals Quotes,daily odia poem quotes,
Oriya  Poem Quotes About Life,
Oriya quotes daily,
Odia Poem Fanz,
Inspirational Messages in Odia Poem,
Odia  Poem quotes with images for the year 2020,
odia Poem good morning images,




ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ

********ଧନ୍ୟବାଦ*****
         କଳ୍ପନା ଦାସଅଧିକାରୀ





Sunday, May 10, 2020

Odia poem ''Mo Maa''ଓଡିଆ କବିତା ''ମୋ ମା''

Odia poem ''Mo Maa''ଓଡିଆ କବିତା ''ମୋ ମା''

Odia poem ''Mo Maa''ଓଡିଆ କବିତା ''ମୋ ମା''

 ***ମୋ ମା***

ଦଶ ମାସ ଦଶ ଦିନ ପେଟରେ ରଖି
ଜନମ ଯନ୍ତ୍ରଣା ସହିଛି ଜିଏ
ସେଇ ପରା ମା ଆଉ କେହି ନୁହେଁ........!
ପିଲା ମୁହଁ ରେ ଟିକେ ହସ ଦେଖିବା ପାଇଁ
ଭୋକ ଉପାସେ ରାତ୍ରି ଅନିଦ୍ରା ହେଇଛି ଯିଏ
ସେଇ ପରା ମା ଆଉ କେହି ନୁହେଁ........!
ତା କୋଳେ ଶୋଇ ସରଗ ସୁଖ ମିଳଇ
ତା ହାତ ରୋଷେଇ
ବିନା ମଶଲା ରେ ଅମୃତ ଲାଗଇ
କହିବା ଆଗରୁ ବୁଝିଯାଏ ଯିଏ
ପେଟର ଭୋକ ମନର କଷ୍ଟ
ସେଇ ପରା ମା ଆଉ କେହି ନୁହେଁ........!
ହେଲେ ପିଲା ଦୁଷ୍ଟ କରେ ଆକଟ
ମାର ମମତାକୁ ଚାପି ରଖି ଛାତିରେ
ପିଲାର ଭବିଷ୍ୟତ ପାଇଁ
ନିଜ ବର୍ତମାନକୁ ଯିଏ ଆହୁତି ଦିଏ
ସେଇ ପରା ମା ଆଉ କେହି ନୁହେଁ........!
ସୃଜନ ଶୀଳ ସୃଷ୍ଟିର ସୂତ୍ର ଧାର ସିଏ
ଆତ୍ମା ଓ ପରମାତ୍ମା ଙ୍କ ମଝିରେ
ଜିଅନ୍ତା ଦେବୀ ଟିଏ
ସିଏ ଆମୋ ମା ଆଉ କେହି ନୁହେଁ.......!
        *******୦୦୦୦*******

ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********
ଧନ୍ୟବାଦ******
Kalpana Dasadhikari
NEW DELHI






Odia kabita '' Maa'' ଓଡିଆ କବିତା ''ମା''

Odia kabita '' Maa'' ଓଡିଆ କବିତା ''ମା'



   *** ମା***

ତୁମେ ତୋ ଆମ ଜୀବନ ଦୀପରେ ସଳୀତା ସାଜି

ନିଜକୁ ଜାଳି ଦେଖାଇଛ ଏଇ ଦୁନିଆର ଆଲୋକ

କେତେ ଯେ ଯନ୍ତ୍ରଣା ସହିଛ ତୁମେ ମା

ତୁମ ଗର୍ଭରେ ଆମକୁ ଦେଇ ସ୍ଥାନ....

ନିଜ ଛାତି ଚିରି ମେଣ୍ଟାଇଛ ଆମ

କୋଟି ଜନ୍ମର ତୃଷ୍ଣା ……

ତୁମ ରକ୍ତ ବିନ୍ଦୁ ଆମ ଶିରାରେ ଛିଞ୍ଚି

ସଞ୍ଚାରିଛ ଆମ ଜୀବନ ଯାତ୍ରା........

ଆମ ସୁଖ ପାଇଁ ନିଜ ସୁଖ ସବୁ

ସଂସାର ନିଆଁ ରେ ଦେଇଛ ଆହୁତି....

ତଥାପି ତୁମେ ମା ହରିନାହୋ କେବେ

ଆମୋ ଖୁସି ପାଇଁ ବିଷକୁ ଅମୃତ ଭାବି ଜାଇଚ ପି....

ପିଲା ବେଳର ସେଇ ମାଡ ଗାଳି ଆଉ ଆକଟ

ଆମୋର ଅବାଧ୍ୟ ଅଝଟ ପଣ

ତଥାପି ତୁମେ ମା ଯାରି ରଖିଥିଲ

ତୁମର ସେଇ କୋଠର ଆଉ ଶକ୍ତ  ଶାସନକୁ

କାହିଁକି ନା ତୁମେ ପଢି ପାରୁଥିଲ

ସମୟର  ପରିଭାଷାକୁ......

ତୁମେ ଜାଣିଥିଲ ସମୟର ଗତିରେଖାକୁ

ତୁମେ ଜାଣିଥିଲ ସମୟର ଶେଷ ପରିଣାମକୁ

ତୁମର ସଦା ସର୍ବଦା ସେ କର୍ମରତ ଶରୀର

ଆଉ ମନରେ ଦୃଢ ସଂକଳ୍ପ ଆମକୁ ମଣିଷ କରି ଗଢି ତୋଳିବାର

କେତେ ଯେ କଷ୍ଟର ସାମନା କରିଛ ତୁମେ ଆମ ପାଇଁ

ତଥାପି ତୁମେ ହାର ମାନି ନାହଁ

ଆମକୁ ରାଜରାସ୍ତାରେ  ମୁଣ୍ଡ ଟେକି ଠିଆ କରେଇବା ପାଇଁ

ଆଜି ତୁମେ କ୍ଳାନ୍ତ ବୟସର ଶେଷ ସୀମାରେ

ତଥାପି ତୁମେ କୁଆଁରୀ ଝରଣା ଭଳି ଚଳଚଞ୍ଚଳ କର୍ମରତ……

ଧନ୍ୟ ତୁମେ ମା....ଧନ୍ୟ ତୁମର କଠର ତପଶ୍ୟା

ଧନ୍ୟ ତୁମେ ନରୀ……ଧନ୍ୟ ତୁମ ତ୍ୟାଗ

କରୁଛି ଗୁହାରୀ ହେ ନୀଳାଦ୍ରି ବିହରୀ

କର କୁସୁମିତ ତାଙ୍କ ଚଲା ପଥ

କରୁଛି ମୁଁ ତାଙ୍କୁ ସତପ୍ରଣିପାତ........!!


********ଧନ୍ୟବାଦ*********


ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ

********ଧନ୍ୟବାଦ*****

Kalpana Dasadhikari
NEW DELHI











mothers day odia quotes


Mothers Day odia quotes
Happy mothers Day



mothers day odia quotes



mothers day odia quotes,
mothers day  odiaquotes funny,
mothers day odia quotes from daughter,
mothers day  odia quotes from son,
mothers day quotes in odia 2020,
heart touching mothers day odia quotes,
mothers day inspirational  odia quotes,
beautiful mothers day odia quotes,
first mothers day  odia quotes,














 mothers day odia quotes, mothers day odiaquotes funny, mothers day odia quotes from daughter, mothers day odia quotes from son, mothers day quotes in odia 2020, heart touching mothers day odia quotes, mothers day inspirational odia quotes, beautiful mothers day odia quotes, first mothers day odia quotes,









mothers day odia quotes



mothers day odia quotes, mothers day odiaquotes funny, mothers day odia quotes from daughter, mothers day odia quotes from son, mothers day quotes in odia 2020, heart touching mothers day odia quotes, mothers day inspirational odia quotes, beautiful mothers day odia quotes, first mothers day odia quotes,

Saturday, May 9, 2020

Daily odia quotes

Oriya Quotes About Life,Inspirational Messages in Odia,Morals Quotes,daily odia quotes,tes
Oriya Quotes About Life
Oriya quotes daily,
Odia Fanz,
Inspirational Messages in Odia,
odia quotes with images for the year 2020







daily odia quotes

Oriya Quotes About Life,Inspirational Messages in Odia,Morals Quotes,daily odia quotes,tes
Oriya Quotes About Life
Oriya quotes daily,
Odia Fanz,
Inspirational Messages in Odia,
odia quotes with images for the year 2020





daily odia quotes


Oriya Quotes About Life,Inspirational Messages in Odia,Morals Quotes,daily odia quotes,tes Oriya Quotes About Life Oriya quotes daily, Odia Fanz, Inspirational Messages in Odia, odia quotes with images for the year 2020,odia good morning images,


Wednesday, May 6, 2020

Odia Poem Mu (ଓଡିଆ କବିତା " ମୁଁ" )


  odia poem mu  (ଓଡିଆ କବିତା "ମୁଁ" )

  

ମୁଁ..... ଯେ କବିର କଳ୍ପନା
ଅସ୍ତିର ଆନମନା
ମୁଁ..... ଯେ ନବଜାତ ଶିଶୁର
ନିସ୍ପାପ ଛୁଆଁ ତାର ପ୍ରଥମ କୁଆଁ କୁଆଁ
ମୁଁ..... ଯେ ନବଯଉବନର ପ୍ରଥମ ସିହରଣ
ତାର ଗୋଲାପି ଓଠର ପ୍ରଥମ ଆକର୍ଷଣ
ମୁଁ.... ଯେ ଅଶାନ୍ତ ସାଗରର
ଗଭୀର ଗର୍ଜନ ତାର ଉଛୁଳା ଜୁଆର
ମୁଁ.... ଯେ କୁଆରୀ କନ୍ୟାର ଓଠର ଲାଲି
ତାର ଆଖିର କଜଳ ଗାର
ମୁଁ.... ଯେ ଅବଳା ନାରୀର
ଲୁଟିଯାଇଥିବା ନାରୀତ୍ଵର ଅଳଙ୍କାର
ମୁଁ.... ଯେ ସେଇ ଲାଞ୍ଛିତା ନାରୀର
ବୁକୁଫଟା ଚିତ୍କାର
ମୁଁ..... ଯେ ସେଇ ଗରିବ ଅବହେଳିତ ସରଳ ନିଷ୍ପାପ
ଲୋକଙ୍କର ଆଶାର ଏକ ନୂଆ ସକାଳ
ମୁଁ..... ଯେ ଦୀଗହରା ପଥ ଭୁଲା
ଅଶାନ୍ତ ମନର କ୍ଳାନ୍ତ ଶରୀର
ମୁଁ..... ଯେ ନିର୍ଜୀବ ନିସାହାରା
ସୀମାହରା ମାଟିର ଗନ୍ଧ
ମୁଁ.... ଯେ ଏଇ କାଳର କାଳ୍ପନିକ
ଅମାନୀୟା ଅନାମିକା କବିର କଲ୍ପନା........!!
ମୁଁ...... ଯେ ଏଇ କିଟିମିଟି ଅନ୍ଧାର ରାତିର
ଜଳନ୍ତ ଦୀପର ଅଲିଭା ଶିଖା
ମୁଁ.....ଯେ ଏଇ ସ୍ଵାର୍ଥୀ ଲୋକଙ୍କ ଭିଡରେ
ହଜିଯାଉଥିବା ନିସ୍ଵାର୍ଥତାର ଭଲପାଇବା
ମୁଁ.....ଯେ ନିଜର ଅସ୍ତିତ୍ଵ ହରାଉଥିବା
ଏକ ନିଶବ୍ଦ ପରିଭାଷା...........!
*******୦୦୦*******
ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ

********ଧନ୍ୟବାଦ*****
         କଳ୍ପନା ଦାସଅଧିକାରୀ






















Sunday, May 3, 2020

Odia Poem Samprak ( ଓଡିଆ କବିତା "ସମ୍ପର୍କ" )

ସମ୍ପର୍କ ଓଡିଆ କବିତା

*****ସମ୍ପର୍କ*****
        ସମ୍ପର୍କ ........!           
ସେ ଯେଏଇଠି ଆରମ୍ଭ ଏଇଠି ଶେଷ
କଉଁଠି ଅମୃତ ପୁଣି କଉଁଠି ବିଷ
ସେ ଯେ ଶିତ ସକାଳର କୁହୁଡି ଶେଯ .............!!
        ସମ୍ପର୍କ .............!
ସେ ଯେ ବିଶ୍ଵାସରୁ ଆରମ୍ଭ ନିଶ୍ଵାସରେ ଶେଷ
କଉଁଠି ସେ ସ୍ଵାର୍ଥୀ ପୁଣି କଉଁଠି ପରିହାସ
ସେ ଯେ ଅକାତ ପାଣିରେ ଗଣ୍ଡ ପାଉନଥିବା ଜୀବନ ନୌକାର କାତ..........!
        ସମ୍ପର୍କ ................!
ସେ ଯେ ମାଟିରୁ ଆରମ୍ଭ ମାଟିରେ ଶେଷ
ଉଁଠି ସେ ମମତାର ଛାଇ
ପୁଣି କଉଁଠି ଅନ୍ତର୍ନିହିତ ଜ୍ଵାଳାର ପରିପ୍ରକାଶ
ସେ ଯେ ଚହଲା ପାଣିରେ ଖଣ୍ଡ ଖଣ୍ଡ ହେଇଯାଉଥିବା ଏକ ଝାପସା ପ୍ରତିବିମ୍ବ ଟିଏ.........!
        ସମ୍ପର୍କ ............!
କେବେ ସେ ଭିଜା ଭିଜା ସପ୍ନଟିଏ
ତୋ ପୁଣି କେବେ ଉଆଁସ ରାତିର ବେପରୱା କୁଆରୀ ଜହ୍ନ ଟିଏ
ସେ ଯେ ମାୟାବିନି ସଂସାର ପେଡ଼ିର ଏକ କୂହୁକ ଟିଏ ..............!
          ସମ୍ପର୍କ ..............!
କେବେ ସେ ଶୀତ ସକାଳର ସଜ ଫୁଟା ଗୋଲାପର ହସ ଟିଏ
ପୁଣିକେବେ ବୈଶାଖ ତାତିର ବିଦଗ୍ଧ ରାଜନୀଟିଏ
ସେ ଯେ ଅବୁଝା ପ୍ରିୟାର ଅଳତା ଭିଜା ପାଦର ଚିହ୍ନ ଟିଏ .............!
        ସମ୍ପର୍କ ..........!
 ନୁହେଁସେ ସହଜ ନୁହେଁସେ ସରଳ
ସେ ଯେ ଜୀବନର  ଅବୁଝା ମାନୋସାଙ୍କ
ଯେତେ ବୁଝିଲେବି ଲାଗେ ସେ ଜଟିଳ
ସେ ଯେ ମୋ ପାଇଁ ଏକ ଅବୁଝା ଗଣିତ .......!!
          ସମ୍ପର୍କ ..............!
                                                                                                                                          
*********­­***୦୦୦୦୦୦ ************




ଯଦି ମନକୁ ଛୁଏ ମତାମତ ନିଶ୍ହୟ ଦେବେ
ଲାଇକ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢିବାରେ ସାହାଯ୍ୟ କରିବେ
********ଧନ୍ୟବାଦ*****
ସମ୍ପର୍କ ଓଡିଆ କବିତା